ପ୍ରତିଦିନ ଗୋବର୍ଦ୍ଧନ ପର୍ବତର ଉଚ୍ଚତା କମୁଛି: କଳିଯୁଗ ଶେଷ ହେବାର ସୂଚନା ଦେଉଛି!

ମଥୁରା: ମଥୁରା ନିକଟସ୍ଥ ଗୋବର୍ଦ୍ଧନ ପାହାଡ ଖୁବ ରହସ୍ୟମୟ। ଏହି ପାହାଡ଼କୁ ଦେଖିବା ପାଇଁ ଏଠାକୁ ପ୍ରତିଦିନ କାହିଁ କେତେ ଆଡୁ ଯାତ୍ରୀମାନଙ୍କର ସୁଅ ଛୁଟି ଥାଏ। ଲୋକମାନଙ୍କର ବିଶ୍ୱାସ ରହିଛି ଏହି ପହାଡ଼ ଚାରି ପଟେ ପରିକ୍ରମା କରିବା ଦ୍ୱାରା ମନସ୍କାମନା ପୁର୍ଣ୍ଣ ହୋଇଥାଏ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏଠାରେ ଯାହାର ବି କିଛି ଅସୁବିଧା ବା ସମସ୍ୟା ଦେଖା ଦେଇଥାଏ, ସେ ସଙ୍ଗେସଙ୍ଗେ ଏହି ଗୋବର୍ଦ୍ଧନ ପାହଡ଼ ନିକଟକୁ ଆସି ଏହାର ଚାରିପଟେ ପରିକ୍ରମା କରଥାଏ। ଏବଂ  ତାହାର ସମସ୍ତ ସମସ୍ୟା ଓ ଅସୁବିଧା ପଥର ପରି ଆସିଥିଲେ ହେଁ ପତ୍ର ଆକାରରେ ତାହା ଟଳି ଯାଇଥାଏ।
 
ଗୋବର୍ଦ୍ଧନ ପାହାଡ଼ର ରହସ୍ୟ ହେଉଛି, ଏହାର ଉଚ୍ଚତା ଯେତିକି ଆଜି ଦେଖିଥିବେ, କାଲି ଦେଖିଲା ବେଳକୁ ଏହା ପୂର୍ବ ଉଚ୍ଚତାରୁ କିଛିମାତ୍ରାରେ ହ୍ରାସ ପାଇଥାଏ। ଏହି ଘଟଣା ଏଠାରେ ପ୍ରତିଦିନ ଘଟିଥାଏ। ଏହି ଗୋବର୍ଦ୍ଧନ ପାହାଡ଼କୁ ଆପଣମାନେ ଭଗବାନ କୃଷ୍ଣ ତାଙ୍କର କନିଷ୍ଠା ଆଙ୍ଗୁଳିରେ ଟେକି ଧରିଥିବାର ଅନେକ ଫଟୋ ଚିତ୍ରରେ ଦେଖିଛନ୍ତି। 
 
ତେବେ, ଦିନକୁ ଦିନ ଏ ପର୍ବତର ଉଚ୍ଚତା ହ୍ରାସ ପାଇ ସମତଳ ହେବାରେ ଲାଗିଛି। ଶାସ୍ତ୍ରବିତ୍‌ମାନେ କହୁଛନ୍ତି, ଏଭଳି ସୂଚନା ହେଉଛି ପୃଥିବୀ ଧ୍ୱଂସ ପାଇବା ଏବଂ କଳିଯୁଗ ଶେଷହେବାର ପ୍ରାକ୍‌ ସୂଚନା। କିନ୍ତୁ ବୈଜ୍ଞାନିକମାନେ ଏହାର କାରଣ ଖୋଜି ଏ ଯାବତ୍‌ ପାଇ ପାରିନାହାନ୍ତି, ଅନୁସନ୍ଧାନ ଜାରି ରଖିଛନ୍ତି।

0/Post a Comment/Comments

Stay Conneted

Domain