ମାତୃଭାଷା-ନିଜ ଭାଷାକୁ ପତନରୁ ରକ୍ଷା କରିବାପାଇଁ ଆମର ପୂର୍ବ
ପୁରୁଷମାନେ କେତେ କେତେ ତ୍ୟାଗ କରିଛନ୍ତି, ସେ କଥା କ୍ୱଚିତ୍ ଲୋକେ ମନେ ପକାନ୍ତି। ନିଜ ଉପାର୍ଜିତ ଧନର ଅଧିକତର ଅଂଶ, ନିଜ
ଜୀବନର ଅଧିକତର ସମୟ, ଅନେକ
ଲାଞ୍ଛନା, ଅପମାନ
ସହି, ବହୁ
ଦୁଃଖ ଯନ୍ତ୍ରଣା ସହି ସେମାନେ ଆଜି ଯେଉଁ ଭାଷାକୁ ବଞ୍ଚେଇ ରଖିଛନ୍ତି, ଯାହା
ଆଜି ଶାସ୍ତ୍ରୀୟ ଭାଷା ବୋଲି ଗୌରବାନ୍ୱିତ ହୋଇ ପାରିଛି ତା’ର ସ୍ଥିତି ଯେ ପୁନଃ ଦୟନୀୟ ହେବାକୁ ଯାଉଛି ଏହା ଆମ ସମସ୍ତଙ୍କ
ପାଇଁ ଏକ ଚେତାବନୀ ନିଶ୍ଚୟ।
Stay Conneted
Domain

Post a Comment