ODIA HASA KATHA





ହସ କଥା- ୧(ପକ୍କା ଭାରତୀୟ ହେବାର କିଛି ଲକ୍ଷଣ.. ତଳେ ଦିଆଜାଇଥିବା ବିବରଣି ଜଦି ଆପଣଙ୍କ ଅଭ୍ୟାସ ତାହାଲେ ଆପଣ ଜଣେ ପକ୍କା ଭାରତୀୟ)
୧- ହୋଟେଲରେ ଖାଇବା ପରେ ଆବଶ୍ୟକରୁ ଅଧିକା ଟିସ୍ୟୁ ପେପର ରେ ହାତ ପୋଛିବା..
୨-ହୋଟେଲ ରେ ଖାଇବା ପରେ ମୁଠାଏ ପାନ ମଧୁରି ଚୋବାଇବା..
୩- flight ରେ ଜାତ୍ରା କରିବା ପରେ ବ୍ୟାଗ ରୁ ଟ୍ୟାଗ ନ ହଟାଇବା..
୪- ପରିବା କିଣିବା ପରେ ମୁଠାଏ ଧନିଆ ପତ୍ର ମାଗଣାରେ ଦବାକୁ ଜିଦ୍ କରିବା..
୫-ଟୁଥ୍ ପେଷ୍ଟ ସରିଗଲା ପରେ ଟ୍ୟୁବ୍ ର ପଛପଟୁ ପୋଛି ପୋଛି ଗୋଟେ ଦିନ ବ୍ୟବହାର କରିବା..
୬- ଟୁଥ୍ ପେଷ୍ଟ ଟ୍ୟୁବ କୁ ମଝିରୁ କାଟି ବଳକା ପେଷ୍ଟ କୁ ବି ଗୋଟେ ଦିନ ବ୍ୟବହାର କରିବା...
୭- ସାମ୍ପୁ ବୋତଲରେ ଜଦି ସାମ୍ପୁ ସରିଜାଏ ତାହାଲେ ସେଥିରେ ପାଣି ପୁରେଇ ଆଉ ଗୋଟେ ଦିନ କାମ ଚଳେଇବା..
୮- ଦିପାବଳୀ ରେ ମିଳିଥିବା ଗିଫ୍ଟ ଅନ୍ୟ ବନ୍ଧୁଘରେ ଦେଇ ଖର୍ଚରୁ ବଞ୍ଚିବା..😎
୯- ପୁରୁଣା ସାବୁନ ଘୋରି ହେଇ ପତଳା ହେଇଥିଲେ, ତାକୁ ନୁଆ ସାବୁନରେ ଜୋଡି ପୁଣି ବ୍ୟବହାର କରିବା..
୧୦- ପୁରୁଣା ଟି-ସାର୍ଟ କୁ ପିନ୍ଧି ହୋଲି ଖେଳିବା, ହୋଲି ପରେ ସେ ଟି-ସାର୍ଟ କୁ ଘର ପୋଛା ବନାଇବା, ଘର ପୋଛା ପରେ ତାକୁ ଗାଡି ପୋଛା ବନାଇବା...
୧୧- ପୁରୁଣା ଟୁଥ୍ ବ୍ରସ ରେ ଚପଲ ସଫା କରିବା..
୧୨- ପୁରୁଣା ଚପଲକୁ ବାଥରୁମ ରେ ବ୍ୟବହାର କରିବା..
୧୩- ନୁଆ କପଡାରୁ ଷ୍ଟିକର ଛଡେଇ ଫ୍ରିଜ୍ ରେ ଲଗାଇବା..
୧୫- ୬ ବର୍ଷର ପିଲାକୁ ୩ ବର୍ଷର କହି ଅଧା ଟିକଟ ନେବା..
୧୬- ବାହାଘର କାର୍ଡରୁ ଗଣେଷ ଫୋଟୋ ବାହାର କରି କାନ୍ଥରେ ଲଗାଇବା..
୧୮- ଗୁପଚୁପ ଖାଇବା ପରେ ସୁଖିଲା ପାମ୍ପଡି ଦେବାକୁ କହିବା..
୧୯- ନୁଆ କାର ନେଲା ପରେ ୬ ମାସ ଜାଏ ସିଟରୁ ଜରି ନ କାଢ଼ିବା..
୨୦- ଇଙ୍ଗ୍ଲିସ ବାଥରୁମରେ ଦେଶୀ ଷ୍ଟାଇଲରେ ହାଲକା ହେବା.
୨୧- ମଦ ପିଇଲା ପରେ ସେ ବୋତଲରେ ତେଲ ରଖିବା.
୨୨- କଲେଜ ଗଲାବେଳେ ରାସ୍ତାରେ ATM ଦେଖି ୫ ମିନିଟ ଥଣ୍ଡା ପବନର ମଜା ନେବା..
୨୩- ଦୋକାନରୁ କିଛି କିଣିଲା ବେଳେ ଅନ୍ୟ ଦୋକାନରେ କମ ପଇସା ରେ ଦିଏ.... କହିବା..
୨୪- ସ୍କୁଲ ବେଞ୍ଚ ଅଳିଆ ହେଇଥିଲେ, ଅନ୍ୟ କାହା ବ୍ୟାଗରେ ପୋଛିବା..
୨୫- ଏହି ପୋଷ୍ଟ ପଢ଼ିଲାପରେ ଲାଇକ୍ ଓ କମେଣ୍ଟ ନ କରିବା..😎
ବିସ୍ୱାସ କରନ୍ତୁ ଆପଣ ଜଣେ ପକ୍କା ଭାରତୀୟ
ହସ କଥା- ୨:-
ଗୋଟେ ଝିଅ ଫେସବୁକ ରେ status ଛାଡିଲା...
    "ମୋ ହାତକୁ ମସା ଟେ କାମୁଡି ଦେଲା" ଏଥିରେ ପୁଅପିଲାଙ୍କ କମେଣ୍ଟ ଆସିଲା..
®®®®®®®®®®®®®®®®®®®®®®®®®®®®®®®®®®
 Boy 1- oh my god, ତମର କିଛି ହେଇନିତ, sunshine..
Boy 2- ମୁଁ ସେ କମିନା ମସାର ରକ୍ତ ପିଇଜିବି..😈
Boy 3- ଏମିତିକା ମସା ମାନଙ୍କୁ ଦୁନିଆରେ ରହିବାର କୌଣଷି ଅଧିକାର ନାହିଁ..
Boy 4- ତମେ ସେ ମସାର ଠିକଣା କୁହ, ସଳାକୁ ତା ଘରେ ପସି ପିଟିବି..
Boy 5- plz baby ନିଜର ଧ୍ୟାନ ରଖ..
Boy 6- ମୁଁ ଏବେ ତମ ଘରକୁ ଆସୁଛି, plz ଚାଲ ହସ୍ପିଟାଲ ଜିବା, ଇନଫେକସନ ହେଇପାରେ...
Boy 7- ଏମିତିଆ ମସା ତ ଜନ୍ମ ହଉ ହଉ ମରିଜିବା ଠିକ୍..
ବର୍ତ୍ତମାନ ସେଇ status କୁ ଗୋଟେ ପୁଅ ଛାଡିଲା....
®®®®®®®®®®®®®®®®®®®®®®®®®
    "ମୋ ହାତକୁ ମସାଟେ କାମୁଡି ଦେଲା.."
Boy 1- କଣ ହେଲା ବେ....ସଳା କୋଉ ନର୍ଦମା ପାଖରେ ସୋଇଥିବୁ...
Boy 2- ସଳା ତୁ ବି ମସା କୁ କାମୁଡି ଦେ ,, ହିସାବ ବରାବର ହେଇଜିବ.
Boy 3- ଆବେ ଫଟା ମସାରି ଟାଙ୍ଗିବୁ ତ ମସା କାମୁଡି ବନିତ ଆଉ କଣ ଚୁମା ଦବ..
Boy 4- ଚାଦର ଘୋଡିହେଇ ସୋଇପଡ ବେ ସଳା ମୁର୍ଖ..
Boy 5- ଝୁଣା ଧୁଆଁ ଲଗେଇ ସୋ... ସଳା ଭିକାରି କୋଉଠିକାର..
Boy 6- ମଦୁଆ ସଳା, କୋଉ ଜଙ୍ଗଲରେ ସୋଇଚୁ ବେ...
Boy 7- ଆବେ ତୁ କୋଉ ରଜନିକାନ୍ତ କି  ମସା ତତେ sorry ମାଗିବ., ସଳାର କାମ ଧନ୍ଦା କିଛିନାହିଁ ଫାଲତୁ ଗପୁଚି...
(ଏକା  ହସନି, ସେୟାର କର ସମସ୍ତଙ୍କୁ ହସାଅ)

ହସ କଥା- ୩:-
ଗୋଟେ ଟୋକା ନଦୀ ରେ ବୁଡିଜାଉଥିବା ବେଳେ..
ଜୋରେ ଡାକ ଛାଡିଲା.. ହେ ଭଗବାନ ମତେ ବଞ୍ଚାଅ...
ହେ ଭଗବାନ ମତେ ବଞ୍ଚାଅ...

ସେତିକିବେଳେ ପ୍ରଭୁ ଗଣେଶ ପ୍ରକଟ ହେଲେ..
ଆଉ କୁଳରେ ଥାଇ ନାଚିବାକୁ ଲାଗିଲେ...

ପିଲାଟି କହିଲା ପ୍ରଭୁ ଆପଣ ନାଚୁଛନ୍ତି କଣ...?
ମତେ ବଞ୍ଚାଅ, ମୁ ତୁମ ଭକ୍ତ ...

ଗଣେଶ ପ୍ରଭୁ:- ଆରେ ମୁର୍ଖ ତୁ ବି ତ DJ ଲଗେଇ ନାଚୁଥିଲୁ ମତେ ବିସର୍ଜନ କଲାବେଳେ...
କଣ ସେ ଗୀତ ଥିଲା.. ବୋତଲ ଭାଙ୍ଗିବି ତୋ ଦୂଆରେ

ଏବେ ନାମ ନେ.. ମୁଁ ତ ନାଚିବି...
ହସ କଥା- ୪:-

1/Post a Comment/Comments

  1. ପଢନ୍ତୁ ହସନ୍ତୁ ହସିବା ସବୁଠୁ ଭଲ କାମ

    ReplyDelete

Post a Comment

Stay Conneted

Domain