ହଜିଗଲେ କେମିତି ଫେରି ପାଇବେ ଆପଣଙ୍କର ମୋବାଇଲ୍‌ ଫୋନ୍‌

ଆଜିକାଲିି ସମସ୍ତେ କଷ୍ଟଲି ମୋବାଇଲ୍‌ ଫୋନ୍‌ ଧରିବା ପାଇଁ  ବେଶ୍‌ ଆଗହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ତେବେ ଆପଣଙ୍କର ଏହି କଷ୍ଟଲି ଫୋନ୍‌ ଯଦି କେବେ ହଜି ଯାଏ ତେବେ ନିଶ୍ଚୟ ମନ କଷ୍ଟ ହେବ। ତେଣୁ ମୋବାଇଲ ଫୋନ୍‌ ଯଦି କେବେ ହଜି ଯାଏ ତେବେ ପୁଲିସ ଷ୍ଟେସନ୍‌ ନଦୌଡ଼ି କେଉଁ ଉପାୟ ଆପଣେଇଲେ ଆପଣ ଫେରିପାଇବେ ଆପଣଙ୍କ ଫୋନ୍‌ ଆସନ୍ତୁ ଜାଣିବେ।
 
ପ୍ରତ୍ୟେକ ମୋବାଇଲ ଫୋନ୍‌ରେ ଇଣ୍ଟରନ୍ୟାସନାଲ ମୋବାଇଲ ଇକ୍ୟୁପମେଣ୍ଟ ଆଇଡେଣ୍ଟଟିଟି ନାମରେ ଏକ ନମ୍ବର (ଆଇଏମଆଇ) ଥାଏ।  ଏହି ନମ୍ବର ସମସ୍ତଙ୍କ ପାଖରେ ରହିବା ଉଚିତ। କାରଣ ଯଦି କେବେ ଫୋନ୍‌ ଚୋରି ହୋଇଯାଏ ଅଥବା ହଜିଯାଏ ତେବେ ଏହି ଆଇଏମଆଇ ନମ୍ବର ଦ୍ୱାରା ଆପଣଙ୍କ ଫୋନ୍‌ କେଉଁ ସ୍ଥାନରେ ଅଛି ତାହା ଟ୍ରାକ୍‌ କରିବା ଦ୍ୱାରା ଜଣା ପଡ଼ି ଯାଇଥାଏ।
 
ଆସନ୍ତୁ ଜାଣିବା କେମିତି ପାଇବେ ଆପଣଙ୍କ ଆଇଏମଆଇ ନମ୍ବର
 
୧.  ନିଜର ମୋବାଇଲରେ ଡାଏଲ କରନ୍ତୁ *#୦୬#
୨. ଆପଣଙ୍କ ମୋବାଇଲରେ ୧୫ଡିଜିଟିର ଏକ ନମ୍ବର ଆସିବ
୩. ଏହି ନମ୍ବରକୁ କପି କରି ରଖନ୍ତୁ, ଯାହାଫଳରେ ଯଦି ଆପଣଙ୍କ ଫୋନ୍‌ କେବେ ଚୋର ନେଇଗଲେ କି ହଜି ଗଲେ ତାହାକୁ ଟ୍ରାକ୍‌ ମାଧ୍ୟମରେ ସୂଚିତ କରିହେବ କି କେଉଁସ୍ଥାନରେ ଆପଣଙ୍କ ଫୋନ୍‌ ଅଛି।
ଫୋନ୍‌ ଯଦି କେବେ ହଜିଯାଏ ତେବେ cop@vsnl.netରେ ଇମେଲ କରନ୍ତୁ, ଇମେଲ କରିବା ପାଇଁ ଆପଣଙ୍କୁ କେତୋଟି ନିୟମ ମାନିବାକୁ ହେବ, ଯାହାକୁ ଆପଣ ପୂରଣ କଲେ ୨୪ଘଣ୍ଟା ମଧ୍ୟରେ ଇଣ୍ଟରନେଟ୍‌ ଓ ଜିପିଆରଏସ୍‌ ମାଧ୍ୟମରେ ଆପଣଙ୍କର ଫୋନ୍‌ କେଉଁ ସ୍ଥାନରେ ଅଛି ତାହାର ସୂଚନା ମିଳି ପାରିବ।
୧. ଆପଣଙ୍କ ନାମ.... 
୨. ଠିକଣା....
୩. ମୋବାଇଲ ମଡେଲ...
୪. ମୋବାଇଲ କମ୍ପାନି ନାମ...
୫. ଆପଣ ସେହି ଫୋନ୍‌ରେ କେଉଁ ନମ୍ବରଟିରେ ଶେଷଥର ପାଇଁ କଥା ହୋଇଥିଲେ ତାହାର ନମ୍ବର.....
୬. କେଉଁସ୍ଥାନରୁ ହଜିଛି...
୭. ଫୋନ୍‌ କେଉଁ ଦିନ ହଜିଛି ସେହି ଦିନର ତାରିଖ....
୮. ହଜିଥିବା ଫୋନ୍‌ର ଆଇଏମ୍‌ଆଇ ନମ୍ବର....

0/Post a Comment/Comments

Stay Conneted

Domain