ମାତୃଭାଷା



ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ
ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ


ଗୋଟିଏ ଜାତିର ପରିଚୟ ତାର ଭାଷାକୁ କେନ୍ଦ୍ର କରି ହୋଇଥାଏ। କିନ୍ତୁ ଅତ୍ୟନ୍ତ ପୀଡ଼ାଦାୟକ ହେଲେବି ଏଇଟା ସତ କଥା ଯେ, ଆମେ ଆମର ଐତିହ୍ୟ, ଭାଷା, ସାହିତ୍ୟ ଓ ପରମ୍ପରାକୁ ପାସୋରିବାକୁ ଆରମ୍ଭ କଲୁଣି। ସେ ସବୁ କେବଳ କେତେଜଣ ବୁଦ୍ଧିଜୀବି, ଭାଷା ପ୍ରେମୀମାନଙ୍କ ଭିତରେ ସୀମିତ ହୋଇ ରହି ଗଲାଣି। ହିନ୍ଦୀଭାଷୀ ଅଂଚଳ ସହିତ ସମ୍ପୃକ୍ତ ରାଉରକେଲା କଥା ଛାଡ଼ନ୍ତୁ ରାଜଧାନୀ ଭୁବନେଶ୍ୱର ଓ ବ୍ରହ୍ମପୁର ପରି ସହରରର ଦୋକାନ ବଜାରରେ ଦେଖନ୍ତୁ ଆମେ ପରସ୍ପର ଭିତରେ ବି ଅନ୍ୟ ଭାଷାରେ କଥା ହେବାକୁ ସୁଖ ପାଉଛୁ। ଆମ ପାଟିରୁ ଭସ ଭସ ଭିନ୍ନ ଭାଷା ବାହାରୁଛି, କିନ୍ତୁ ନିଜ ଭାଷା ଓଡ଼ିଆ କହିବାକୁ ତଣ୍ଟିରେ ଲାଗୁଛି। ଆମପାଇଁ ଏହାଠାରୁ ଲଜ୍ଜାକର କଥା ଆଉ କ? ଆଉ କିଛି ଲୋକ ଏକ ସଙ୍କର କିସମ ଭାଷାର ଉପଯୋଗ କରିବା ଆରମ୍ଭ କଲେଣି। ଆଉ ପୁଞ୍ଜାଏ ଓଡ଼ିଆ କହିଲେଣି ଏଇ ଭାଷାର ଭବିଷ୍ୟତ ଅନ୍ଧାର।









0/Post a Comment/Comments

Stay Conneted

Domain